ରାଜ୍ୟ

ମା’ ଆଗରେ ଝିଅକୁ ବିଷ ପିଆଇଲା ଯୁବକ ; ଚାଲିଗଲା ନିରୀହ ଜୀବନ

ମାଆ ସମ୍ମୁଖରେ ଝିଅ କୁ ବିଷ ପିଆଇ ଦେଲା ଯୁବକ। ଚାଲିଗଲା ନିରୀହ ନାବାଳିକାର ଜୀବନ।ଘଟଣା କୁ ନେଇ ଚାଞ୍ଚଲ୍ୟ। ପୋଲିସ ର ତଦନ୍ତ ଆରମ୍ଭ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଆଗଲପୁର ଥାନା ବାଂଝିପାଲି ଗାଁରେ। ସୂଚନା ମୁତାବକ ଜଣେ ଅଜଣା ଯୁବକ ନାବଳିକା  ଝିଅଙ୍କ  ଘରେ ପଶି ଜୋରଜବରଦସ୍ତ ବିଷ ପିଆଇ ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବଲାଙ୍ଗୀର ଆଗଲପୁର ଥାନା ବାଂଝିପାଲି ଗାଁରେ ଘଟିଛି ଏଭଳି ଘଟଣା । ମୃତକ ଜଣଙ୍କ ହେଲେ ମମତା ବିଶ୍ୱାଳ । ଘରେ କେହି ନଥିବା ବେଳେ ମମତାଙ୍କ ଘରକୁ ଇନସାର ଗ୍ରାମ ର ଜଣେ ଅଜଣା ଯୁବକ ଆସିଥିଲେ । ଠିକ ସେତିକି ବେଳେ ଘରେ ପହଂଚିଥିଲେ ମମତାଙ୍କ ମା । ତାଙ୍କ କହିବା ମୁତାବକ ଜଣେ ଅଜଣା ଯୁବକ ତାଙ୍କ ଝିଅର ତଣ୍ଟି ଚିପି ତାକୁ କିଟନାଶକ ପିଆଉଥିବା  ସେ ଦେଖିଥିଲେ । ମା ସୁଷମା ବିଶ୍ୱାଳ ବିରୋଧ କରିବାରୁ ଅଜଣା ଯୁବକ ତାଙ୍କୁ ବି ଆକ୍ରମଣ କରି ଚମ୍ପଟ ମାରିଥିଲା । ହେଲେ ମେବାଇଲ ଫୋନଟି ଛାଡି ଛାଡି ଯାଇଥିଲା । ଯାହାକୁ ପୁଲିସର ଜିମା  ଦିଆଯାଇଛି । ତେବେ ଏନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।

Leave a Reply

Your email address will not be published. Required fields are marked *

Back to top button