ହିତାଧିକାରୀଙ୍କ ମୁହଁରେ ହସ ଆଣିଲେ ଧର୍ମଶାଳା ବିଧାୟକ ହିମାଂଶୁ

ଯାଜପୁର: ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜାରକାସ୍ଥିତ ଧର୍ମଶାଳା ମହୋତ୍ସବ ପଡିଆରେ ଆଜି ଅପରାହ୍ନରେ ଭତା, ରାସନ କାର୍ଡ ଓ ଜମି ପଟ୍ଟା ବଂଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ଭତା, ରାସନ କାର୍ଡ ଓ ଭୁମିହିନମାନଙ୍କୁ ଜମି ପଟ୍ଟା ବଂଟନ କରିଥିଲେ। ଧର୍ମଶାଳା ବିଡିଓ ଜ୍ୟୋତିର୍ମୟ କରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ରସୁଲପୁର ବିଡିଓ ସତ୍ୟାନନ୍ଦ ଦାସ, ଧର୍ମଶାଳା ତହସିଲଦାର ସମୀର ରଞ୍ଜନ ଦାସ ଓ ସାଂସଦ ପ୍ରତିନିଧି କାହ୍ନୁ ଚରଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଧର୍ମଶାଳା ବ୍ଲକର ୩୨୬ ଜଣଙ୍କୁ ଭତା, ୨୨୯ ଜଣ ଭୁମିହିନଙ୍କୁ ଜମି ପଟ୍ଟା୫୩୬ ଜଣଙ୍କୁ ରାସନ କାର୍ଡ ବଂଟନ କରାଯାଇଥିଲା। ସେହିପରି ରସୁଲପୁର ବ୍ଲକର ୮୧ ଜଣଙ୍କୁ ଭତା, ୩୯ ଜଣ ଭୁମିହିନଙ୍କୁ ଜମି ପଟ୍ଟା୮୨ ଜଣଙ୍କୁ ରାସନ କାର୍ଡ ଦିଆଯାଇଥିଲା। ଏହି ଅବସରରେ ବିଧାୟକ ଶ୍ରୀ ସାହୁ କହିଥିଲେ ଯେ, ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଦାରିଦ୍ର୍ୟ ସୀମାରେଖା ତଳେ ବସୋବାସ କରୁଥିବା ସମସ୍ତଙ୍କୁ ପର୍ଯ୍ୟାୟକ୍ରମେ ରାସନ କାର୍ଡ, ଭୁମିହିନମାନଙ୍କୁ ଜମି ପଟ୍ଟା ଓ ଯୋଗ୍ୟ ହିତାଧିକାରୀଙ୍କୁ ଭତା ପ୍ରଦାନ କରାଯିବ। କାର୍ଯ୍ୟକ୍ରମକୁ ରାଜେଶ ପାଳ, ଦେବରାଜ ମିଶ୍ର, ଜିତେନ୍ଦ୍ର ରାଉତ, ଅଭିଶେକ ରାଉତ, ତପନ ମାହୁନ୍ତ, ତୀର୍ଥରାଜ ପଣ୍ଡା ଓ ସିବୁଲି ଧିର ପ୍ରମୁଖ ପରିଚାଳନା କରିଥିଲେ। ଶହ ଶହ ସଂଖ୍ୟାରେ ହିତାଧିକାରୀ ଓ ସାଧାରଣ ଲୋକ ଯୋଗଦେଇଥିବା ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ସଦସ୍ୟ, ସରପଞ୍ଚ ଓ ଜିଆରଏସମାନେ ମଧ୍ୟ ସକ୍ରିୟ ଭୂମିକା ନେଇଥିଲେ।

Related Articles