DGCA Advisory: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଆଡଭାଇଜରି ଜାରି କଲା DGCA। ବିଭିନ୍ନ ଏୟାରଲାଇନ୍ସକୁ DGCAର ଆଡଭାଇଜରି ଜାରି। ୯ଟି ଦେଶର ଏୟାରସ୍ପେଶ୍ ଦେଇ ଯାତ୍ରା ନକରିବାକୁ ପରାମର୍ଶ । ବାହାରିନ୍, ଇରାନ୍, ଇରାକ୍, ଇସ୍ରାଏଲ୍, ଜୋର୍ଡାନ, କୁଏତ, ଲେବାନନ୍, କତାର, UAE ଏୟାରସ୍ପେଶ୍ ଦେଇ ଯାତ୍ରା ମନା । ଆସନ୍ତା ୨୮ ତାରିଖ ଯାଏଁ ଯାତ୍ରା ନ କରିବାକୁ DGCAର ପରାମର୍ଶ । ସାଉଦି ଆରବ ଓ ଓମାନ ପାଇଁ DGCAର ସର୍ତ୍ତମୂଳକ ଅନୁମତି।
Matric Student Absence: ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ୯୯୩୦ ଛାତ୍ରଛାତ୍ରୀ ଅନୁପସ୍ଥିତ । ଏନେଇ ଗୃହରେ ତଥ୍ୟ ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ୫ ଲକ୍ଷ ୪୬ ହଜାର ୮୭୬ ଜଣ ପିଲା ଫର୍ମ ଫିଲ୍ଅପ୍ କରିଥିଲେ । ମାତ୍ର ପରୀକ୍ଷା ଦେଇଛନ୍ତି ୫ ଲକ୍ଷ ୩୬ ହଜାର ୯୪୬ ଛାତ୍ରଛାତ୍ରୀ ।
ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ହାର ୧.୮୧ ପ୍ରତିଶତ।
Student Election: ଛାତ୍ର ସଂସଦ ନିର୍ବାଚନ ପାଇଁ ବିଚାର ଚାଲିଛି ବୋଲି କହିଲେ ମନ୍ତ୍ରୀ। ଛାତ୍ର ସଂସଦ ନିର୍ବାଚନ କରିବାକୁ ସରକାର ସକରାତ୍ମକ ଅଛନ୍ତି । ଏନେଇ ଗୃହକୁ ଅବଗତ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏ ଦିଗରେ ବିଚାର ବିମର୍ଶ ଚାଲିଛି କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ନିର୍ବାଚନ ବନ୍ଦ ହୋଇନି, ନିର୍ବାଚନ କରିବାକୁ ସରକାର ସକାରାତ୍ମକ ଅଛନ୍ତି ବୋଲି କହିଲେ ମନ୍ତ୍ରୀ।
Dillip Ray: ରାଜ୍ୟସଭା ନିର୍ବାଚନରେ ବିଜୟୀ ହେବା ପରେ ରାଉରକେଲାରେ ଦିଲ୍ଲୀପ ରାୟଙ୍କ ବିଶାଳ ରୋଡ଼ ଶୋ’। ଶପଥ ପାଠ ପୂର୍ବରୁ ରାଉରକେଲାବାସୀଙ୍କ ଆଶୀର୍ବାଦ ନେଇଛନ୍ତି ଦିଲ୍ଲୀପ। ରାଉରକେଲା ତାଙ୍କୁ ସବୁ ଦେଇଛି ବୋଲି କହିଛନ୍ତି ଦିଲ୍ଲୀପ।
Bhubaneswar Fire Breaks: ଭୁବନେଶ୍ୱର CRP ଛକ ମହାବୀର ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଲିଭା ଜାରି ରହିଛି। ୪ଟି ଅଗ୍ନିଶମ ବାହିନୀ ଦ୍ବାରା ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ମିଳିଛି। ନିଆଁ ଲାଗି ପ୍ରଥମ ମହଲାର ପ୍ରାୟ ୧୦ରୁ ଉର୍ଦ୍ଧ୍ବ ଦୋକାନ କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡିଛି। ବହୁ ସାମଗ୍ରୀ ପୋଡି ନଷ୍ଟ ହୋଇଥିବା ଜଣାପଡିଛି।
Puri Ratna Bhandar: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଏସଓପି ଅନୁଯାୟୀ ହେବାକୁ ଥିବା ପ୍ରକ୍ରିୟା ସମ୍ପର୍କରେ ଏକ ଆଲୋଚନା ବୈଠକ ରତ୍ନଭଣ୍ଡାର ଅଧକ୍ଷ ଜଷ୍ଟିସ ରଥ ଏବଂ ମୁଖ୍ୟ ପ୍ରଶାସକ ମହୋଦୟଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ଘ୍.୪.୩୦ ସମୟରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ।
India Weather: ଦିଲ୍ଲୀ-ଏନ୍ସିଆର୍ରେ ଶୁକ୍ରବାର ସକାଳେ ହାଲୁକା ବର୍ଷା ଓ ପବନ ସହିତ ଝଡ଼ ହୋଇଛି। ହଠାତ୍ ବର୍ଷା ଯୋଗୁ ଦିଲ୍ଲୀରେ ସାମାନ୍ୟ ଶୀତ ଅନୁଭୂତ ହୋଇଥିଲା। ୯.୪ ମି.ମି ହାରାହାରି ବର୍ଷା ସହିତ ଏହା ଦିଲ୍ଲୀରେ ଗତ ତିନି ବର୍ଷରେ ସର୍ବାଧିକ ବର୍ଷା ରହିଛି। ୨୦୨୩ ମାର୍ଚ୍ଚରେ ୫୦.୪ ମି.ମି. ବର୍ଷା ହୋଇଥିବା ରିପୋର୍ଟରେ କୁହାଯାଇଥିଲା। ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।
Sikkim Earthquake: ସିକ୍କିମ ରାଜଧାନୀ ଗ୍ୟାଙ୍ଗଟକ୍ରେ ଶୁକ୍ରବାର ପ୍ରତ୍ୟୁଷରେ ଦୁଇଥର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଗୋଟିଏ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୬ ଥିବାବେଳେ ଅନ୍ୟଟି ୨.୭ ଥିଲା। ଭୋର ୪ଟା ୨୬ ମିନିଟରେ ୩.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଗ୍ୟାଙ୍ଗଟକ୍ର ଉତ୍ତର ପଶ୍ଚିମରେ ୧୦.୭ କିମି ଦୂରରେ ୫ କିମି ଗଭୀରରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ଭୂମିକମ୍ପ ସମ୍ବନ୍ଧୀୟ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।
President Meets Premanand Maharaj: ଆଜି ମଥୁରା ଗସ୍ତରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ରହିବା ସମୟରେ ବୃନ୍ଦାବନ ସ୍ଥିତ ଶ୍ରୀହିତ ରାଧା କେଳି କୁଞ୍ଜ ଆଶ୍ରମରେ ପହଞ୍ଚିଛନ୍ତି । ସେ ସେଠାରେ ପହଞ୍ଚି ସନ୍ଥ ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟି ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିଛନ୍ତି । ଆଶ୍ରମରେ ରାଷ୍ଟ୍ରପତି ପହଞ୍ଚିବା ପରେ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟମାନେ ତାଙ୍କୁ ଭବ୍ୟ ସ୍ବାଗତ କରିଥିବା ଜଣାପଡିଛି । ଏଥିସହ ସେ ଏକାନ୍ତରେ ବସି ପ୍ରେମାନନ୍ଦ ମହାରାଜଙ୍କ ସହ ମଧ୍ୟ ବାର୍ତ୍ତାଳୋପ କରିଛନ୍ତି ।
Historical Decline: ମଧ୍ୟପ୍ରାଚ୍ୟ ଯୁଦ୍ଧ ସଙ୍କଟ ମଧ୍ୟରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଆହୁରି ଦୁର୍ବଳ ହୋଇପଡ଼ିଛି। ଆଜି ମୁଦ୍ରା ବିନିମୟ ବଜାର ଖୋଲିବାର କିଛି ସମୟ ପରେ ଏକ ଡଲାର ମୂଲ୍ୟ ୯୩ ଟଙ୍କାରୁ ଅଧିକ ହୋଇଯାଇଥିଲା। ବିଶେଷ କରି ଇରାନ-ଇସ୍ରାଏଲ-ଆମେରିକା ଯୁଦ୍ଧ ସମୁଦ୍ର ପଥରେ ତୈଳ ଓ ଗ୍ୟାସ୍ ପରିବହନକୁ ପ୍ରଭାବିତ କରିଥିବାରୁ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତି ଭାବେ ବିବେଚିତ ହେଉଥିବା ଭାରତ ପ୍ରତି ବଡ଼ ବିପଦ ସୃଷ୍ଟି ହୋଇଛି।
