୨୭ ବର୍ଷର ହତ୍ୟା ରହସ୍ୟ ଘର ହେଲା ଭାଇରାଲ, ରିଲ୍ସ କରିବାକୁ ଯାଇ ଯୁବକଙ୍କୁ ପଡିଲା ମହଙ୍ଗା

ବେଶ୍ କିଛିଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ତରଡାପଡ଼ା ମଜୁରାଇ ଗ୍ରାମର ଥିବା ଏକ କୋଠା। ମୁଖ୍ୟ ରାସ୍ତା କଡ଼ରେ ଥିବା ଏହି ଘରକୁ ନେଇ ଏବେ ବେଶ୍ କଳ୍ପନାଜଳ୍ପନା ଲାଗି ରହିଛି। ସୋସିଆଲ ମିଡିଆରେ ସୁପରଡୁପର ହିଟ୍ ଫିଲ୍ମ ବୋଉ ବୁଟୁ ଭୂତର ଲାଲ୍ ଟୁକୁ ଟୁକୁ ଗୀତ ପକାଇ ଏହାକୁ ଖୁବ୍ ଭାଇରାଲ କରାଯାଉଛି। ତେବେ ଏହାରି ମଧ୍ୟରେ ଏକ ବଡ଼ଖବର ସାମ୍ନାକୁ ଆସିଛି। ଏହି ଘର ସାମ୍ନାରେ କିଛି ଯୁବକଙ୍କୁ ରିଲ୍ସ କରିବା ବହୁତ ମହଙ୍ଗା ପଡିଛି। ଜଗତସିଂହପୁର ଜିଲ୍ଲା ତରଡାପଡ଼ା ମଜୁରାଇ ଗ୍ରାମର ଥିବା ଏକ କୋଠା ଘରେ ଦୀର୍ଘ ୨୭ ବର୍ଷ ପୂର୍ବରୁ ସାତ ଜଣକୁ ହତ୍ୟା କରାଯାଇଥିଲା। ହତ୍ୟା ର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନି। ହେଲେ ଗତ କିଛିଦିନ ଏହି ଘର ଏବେ ବେଶ୍ ଭାଇରାଲ ହେଉଛି। ବିଭିନ୍ନ ଜିଲ୍ଲାରୁ ବ୍ଲଗର ମାନେ ଆସି ରିଲ୍ସ କରିବା ସହ ଏହି ଘରକୁ ବେଶ୍ ଭାଇରାଲ କରୁଛନ୍ତି। ଏହି ଘରଟି ବନ୍ଦ ଥିବା ବେଳେ କିଛି ଯୁବକ ଆସି ଘରର ଛାତ ପଟେ ଘରକୁ ପ୍ରବେଶ କରି ଭିଡିଓ ମଧ୍ୟ ସେୟାର କରିଛନ୍ତି। ଆଉ ଏହି ଘରେ ସେହି ୭ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିବା ବେଳେ ଏବେ ବି ସେଠି ସନ୍ଧ୍ୟା ହେଲେ କେହି ଯାଉନଥିବା ଖବର ମଧ୍ୟ ଭାଇରାଲ କରାଯାଉଛି। ହେଲେ ଏହାକୁ ଖଣ୍ଡନ କରିଥିଲେ ସେହି ଘରକୁ ଭଡ଼ାରେ ନେଇଥିବା ସିମେଣ୍ଟ, ରଡ୍ ଡିଲର ।  ସେ କହିଥିଲେ ଏଠାରେ ସେ ଦୀର୍ଘ ଦିନ ଏହି ଘରେ ସେ କାମ କରୁଛନ୍ତି। ଏଠାରେ ସିସିଟିଭି ମଧ୍ୟ ଲାଗିଛି। ହେଲେ ସେମିତି କୌଣସି ଭୌତିକ କାଣ୍ଡ ଏଠାରେ କେବେ ଘଟିନି ବୋଲି ସେ କହିଥିଲେ। ମାତ୍ର ଏହି ଘରକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚହଳ ଦେଖିବାକୁ ମିଳିଛି। ଆଜି ଉକ୍ତ ଘର ପାଖକୁ ଯାଇ କିଛି ବ୍ଲଗର ଭିଡିଓ କରୁଥିବା ବେଳେ କିଛି ସ୍ଥାନୀୟ ଲୋକେ ପ୍ରତିବାଦ କରିଥିଲେ। ପରେ ଉଭୟଙ୍କ ଭିତରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।ଉଭୟଙ୍କ ମଧ୍ୟରେ ମାରପିଟି ଯୋଗୁ କିଛି ପିଲା ରକ୍ତାକ୍ତ ହୋଇଛନ୍ତି। ଉଭୟ ଗୋଷ୍ଠୀ ଏବେ ମେଡ଼ିକାଲ ରେ ଚିକିତ୍ସା ହେଉଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ କିଛି ପିଲାଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଉକ୍ତ ଘରେ ୨୭ବର୍ଷ ତଳେ ୭ଜଣଙ୍କୁ ଅତି ହତ୍ୟା କରାଯାଇଥିବା ଘଟଣା ଏବେବି ରହସ୍ୟ ହୋଇରହିଛି। କିଏ ଓ କାହିଁକି ଏହି ୭ଜଣଙ୍କୁ ହତ୍ୟା କରିଥିଲା ଏବେ ସୁଦ୍ଧା ଜଣାପଡିନି। ହେଲେ ସେତେବେଳର ଏହି ଘଟଣା ସାରା ରାଜ୍ୟକୁ ଦୋହଲାଇ ରଖିଦେଇଥିଲା। ଗୋଟିଏ ଘରେ ଖଣ୍ଡବିଖଣ୍ଡିତ ରକ୍ତାକ୍ତ ଭାବେ ୭ ଟି ମୃତଦେହ ଦେଖିବାକୁ ପାଇଥିଲା ପୋଲିସ।

Related Articles