ଅପରାହ୍ଣର ୧୦ଟି ବଡ଼ ଖବର ପଢନ୍ତୁ ଚୁଟକିରେ…

Ratna Bhandar: ମାର୍ଚ୍ଚ ୨୫ ତାରିଖ ବୁଧବାର ଦିନ ହେବ ରତ୍ନଭଣ୍ଡାର ଗଣତିମଣତି ପ୍ରକ୍ରିୟା। ରତ୍ନଭଣ୍ଡାରରେ ଅଳଙ୍କାର ଗଣତିମଣତି ପୂର୍ବରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମାହେନ୍ଦ୍ର ବେଳା ମାର୍ଚ୍ଚ ୨୫ ଚୈତ୍ର ଶୁକ୍ଳ ସପ୍ତମୀ ଦିନ ୧୨ଟା ୯ ମିନିଟରୁ ଗୋଟାଏ ୪୫ ମଧ୍ୟରେ ହେବ। ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତିର ଭିଡିଓଗ୍ରାଫି ଓ ଫଟୋଗ୍ରାଫି କରାଯିବ । ଗଣତି ମଣତି ସମୟରେ କେବଳ ପାଳିଆ ସେବାୟତ ହିଁ ଶ୍ରୀମନ୍ଦିରକୁ ଭିତରକୁ ପ୍ରବେଶ କରିବେ। ନୀତିକାନ୍ତିକୁ ଆଖି ଆଗରେ ରଖି ଗଣତି ପ୍ରକ୍ରିୟା କରାଯିବ ।

Prabhat Biswal: ରାଜ୍ୟସଭା ନିର୍ବାଚନ ନେଇ ପୁଣି ମୁହଁ ଖୋଲିଛନ୍ତି ଚୌଦ୍ୱାର ବିଧାୟକ ସୌଭିକ କିଶ୍ୱାଳଙ୍କ ବାପା ପ୍ରଭାତ ବିଶ୍ୱାଳ । ସେ କହିଛନ୍ତି ଯେ, ମୁଁ ଯାହା କହିଥିଲି ତାହା ସତ ହେଲା । ପ୍ରଭାତ କହିଛନ୍ତି ଯେ, ରାଜ୍ୟ ବାହାରେ ଟ୍ରଷ୍ଟ ଗଠନ କଥା ମାନିଲେ ନବୀନ ପଟ୍ଟନାୟକ । ପୂର୍ବରୁ ୪୦ ବିଧାୟକଙ୍କ ଆଗରେ ପଚାରିବାରୁ ସଂତୃପ୍ତ ମନା କରିଥିଲେ । ନବୀନ ମାନିବା ପରେ ଆଜି ସବୁ ସତ ପଦାକୁ ଆସି ଯାଇଛି । ଗଠନ ହୋଇଥିବା ବିଜୁ ଟ୍ରଷ୍ଟର ମୁଖ୍ୟ ଭିକେ ପାଣ୍ଡିଆନ୍ ରହିଛନ୍ତି । ରାଜନୀତିରୁ ସନ୍ନ୍ୟାସ ନେବା ପରେ ବି ପାଣ୍ଡିଆନ୍‌ ସବୁ କିଛି କରୁଛନ୍ତି । ପୂର୍ବରୁ ପ୍ୟାରୀମୋହନ ବାବୁ ସବୁକିଛି କରୁଥିଲେ ଏବଂ ନବୀନ କେବଳ ଦସ୍ତଖତ କରୁଥିଲେ । ପ୍ୟାରିଙ୍କ ପରେ ପାଣ୍ଡିଆନ୍‌ ସବୁ କିଛି କଲେ ଏବଂ ନବୀନ ବାବୁ ଦସ୍ତଖତ ମାରିଲେ । ଆଜି ବି ଦିଲ୍ଲୀରେ ରହି ପାଣ୍ଡିଆନ୍‌ ଗୋଟି ଚାଳନା କରୁଛନ୍ତି ବୋଲି ପ୍ରଭାତ ପ୍ରତିକ୍ରିୟା ଦେଇଛନ୍ତି ।

Guinness World Record: ବିଶ୍ବ ପଖାଳ ଦିବସ ଅବସରରେ ବିଶ୍ବ ରେକର୍ଡ କଲା ଓଡ଼ିଆଙ୍କ ପଖାଳ। ପର୍ଯ୍ୟଟନ ବିଭାଗ ପକ୍ଷରୁ  ଏକାସାଙ୍ଗରେ ପ୍ରସ୍ତୁତ ୧,୨୭୪ କିଲୋ ଓଜନର ପଖାଳକୁ  ‘ଗିନିଜ୍ ଓ୍ବାଲଡ୍ ରେକର୍ଡ’ରେ  ସ୍ଥାନ ମିଳିଛି।  ଏକ ବିଶାଳ ପାତ୍ରରେ ପ୍ରସ୍ତୁତ  ଏହି ପଖାଳକୁ  ‘ବୃହତ୍ତମ ପଖାଳ ପରିବେଷଣ’ ଭାବରେ ମାନ୍ୟତା ମିଳିଲା।  ରାଜ୍ୟସ୍ତରୀୟ ‘ପଖାଳ ପରବ’ ର ଦ୍ବିତୀୟ ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ନିଜେ ପଖାଳ ପରବ ପାଳିଥିଲେ।

Rajya Sabha Election:  ବିଜେଡି ବିଧାୟକ ସୌଭିକ ବିଶ୍ୱାଳ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ବାପା ପ୍ରଭାତ ବିଶ୍ୱାଳ। ପୁଅ କିମ୍ବା ସେ ମତଦାନ ପାଇଁ ଗୋଟିଏ ଟଙ୍କା ବି ନେଇ ନଥିବା କହିଲେ ପ୍ରଭାତ।ରାଜ୍ୟସଭା ନିର୍ବାଚନ ପୂର୍ବରୁ ନବୀନ ନିବାସରେ ତାଙ୍କୁ ଅପମାନିତ କରାଯାଇଥିଲା ବୋଲି କହିଛନ୍ତି ପ୍ରଭାତ ବିଶ୍ୱାଳ। ସଵୁ ବିଧାୟକଙ୍କ ସାମ୍ନାରେ ଅପମାନିତ କରାଯାଇଥିଲା ।  ସେହି ଅପମାନର ପ୍ରତିଶୋଧ ନେଲା ପୁଅ ସୌଭିକ। ମୋର ଓ ପୁଅର ରାଜନୈତିକ ଭବିଷ୍ୟତ  ଚୌଦ୍ୱାର କଟକ ଭୋଟର ନିର୍ଦ୍ଧାରଣ କରିଵେ ବୋଲି ସେ କହିଛନ୍ତି।

Pratap Jena: ବରିଷ୍ଠ ବିଜେଡ଼ି ନେତା ପ୍ରତାପ ଜେନାଙ୍କ ଭୁବନେଶ୍ୱର ସ୍ଥିତ ୟୁନିଟ୍ ୬ ବାସଭବନ ଆଗରେ ହଙ୍ଗାମା ଦେଖିବାକୁ ମିଳିଛି। ରାତି ଅଧରେ ବାଣ ଫୁଟାଣ କଲେ ହଙ୍ଗାମା।  ବିଜେଡିକୁ ନିଲମ୍ବିତ ଯୁବ ଓ ଛାତ୍ର ନେତାଙ୍କ ପାଟିତୁଣ୍ତ ଦେଖିବାକୁ ମିଳିଛି। ଯାହା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ପରେ ପ୍ରତାପଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଏପରିକି ଯେଉଁ ଯୁବକମାନେ ତାଙ୍କ ଘର ସମ୍ମୁଖରେ ଏଭଳି କାଣ୍ତ ଘଟାଇଥିଲେ। ସେମାନଙ୍କର ଭିଡିଓ ସିସିଟିଭିରେ ମଧ୍ୟ ରେକର୍ଡ଼ ହୋଇଛି। ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପ୍ରତାପ।

Bharat Electricity Summit: କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟର ପୃଷ୍ଠପୋଷକତାରେ ଅନୁଷ୍ଠିତ ଦୀର୍ଘ ୪ ଦିନ ବ୍ୟାପୀ (ମାର୍ଚ ୧୯ରୁ ୨୨) ଭାରତ ବିଦ୍ୟୁତ୍ ସମ୍ମିଳନୀ ୨୦୨୬ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି। କେନ୍ଦ୍ର ଶକ୍ତିମନ୍ତ୍ରୀ ମନୋହର ଲାଲଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀର ଦ୍ୱିତୀୟ ଦିନରେ ଏକ ଜାତୀୟ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକ ଡକାଯାଇଥିଲା। ଏହି ବୈଠକରେ ନୂତନ ଏବଂ ନବୀକରଣ ଶକ୍ତି ତଥା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ ସହ-ଅଧ୍ୟକ୍ଷତା କରିଥିବାବେଳେ କେନ୍ଦ୍ର ଶକ୍ତି ସଚିବ ପଙ୍କଜ ଅଗ୍ରୱାଲ, ନୂତନ ଏବଂ ନବୀକରଣ ଶକ୍ତି ସଚିବ ସନ୍ତୋଷ ଷଡ଼ଙ୍ଗୀ ଏବଂ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Gautam Singhania: ରେମଣ୍ଡ ଗ୍ରୁପର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଶିଳ୍ପପତି ଗୌତମ ସିଂଘାନିଆ ମଲଦୀପସ୍ ରେ ଏକ ସ୍ପିଡ୍‌ବୋଟ୍ ଦୁର୍ଘଟଣାରେ ଆହତ ହୋଇଛନ୍ତି। ଏହି ଘଟଣା ୨୦ ମାର୍ଚ୍ଚରେ ଭି. ଫେଲିଧୂ ନିକଟରେ ଘଟିଥିଲା। ଏକ ପର୍ଯ୍ୟଟକ ସ୍ପିଡ୍‌ବୋଟ୍ ଓଲଟି ପଡ଼ିଥିଲା। ରିପୋର୍ଟ ଅନୁଯାୟୀ ଗୌତମ ସିଂଘାନିଆ ସାମାନ୍ୟ ଆଘାତ ପାଇଥିଲେ ଏବଂ ବର୍ତ୍ତମାନ ମୁମ୍ବାଇରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସୁସ୍ଥ ହେଉଛନ୍ତି।

8 Year Old Boy Dies: ମୁମ୍ବାଇର ମଲାଡ ଅଞ୍ଚଳରେ ବସ୍ତି ପୁନର୍ବାସ ପ୍ରାଧିକରଣ (ଏସ୍‌ଆର୍‌ଏ)ର ନିର୍ମାଣଧୀନ କାର୍ଯ୍ୟସ୍ଥଳରେ ରହିଥିବା ପାଣି ଭର୍ତ୍ତି ଖାତରେ ପଡ଼ି ଜଣେ ୮ ବର୍ଷର ଶିଶୁର ମୃତ୍ୟୁ ହୋଇଛି। ଖାତରେ ପଡ଼ିଯାଇଥିବା ଏକ ବଲ୍‌ ଆଣିବାକୁ ଚେଷ୍ଟା କରୁଥିବା ସମୟରେ ପିଲାଟି ଖସି ପଡ଼ିଥିଲା। ଗତ ଗୁରୁବାର ଏହି ଘଟଣା ଘଟିଥିଲା। ବିଲ୍ଡରଙ୍କ ଅବହେଳା ଯୋଗୁ ଖାତଟି ବିପଜ୍ଜନକ ଅବସ୍ଥାରେ ଖୋଲା ରହିଥିଲା ।

Manipur News: ମଣିପୁରର ବିଭିନ୍ନ ପାର୍ବତ୍ୟ ଓ ସମତଳ ଜିଲ୍ଲାଗୁଡ଼ିକରେ ସୁରକ୍ଷା ବାହିନୀ ପକ୍ଷରୁ କରାଯାଇଥିବା ଏକ ବ୍ୟାପକ ସର୍ଚ୍ଚ ଅପରେସନରେ ୨୯ଟି ବନ୍ଧୁକ, ବିପୁଳ ପରିମାଣର ଗୁଳିଗୋଳା ଓ ୫୦ଟି ଆଇଇଡି ଜବତ କରାଯାଇଛି । ଶନିବାର ପୋଲିସ ପକ୍ଷରୁ ଜାରି ଏକ ବିବୃତ୍ତି ଅନୁଯାୟୀ, କାକଚିଙ୍ଗ୍, ତେଙ୍ଗନୋପାଲ, ପଶ୍ଚିମ ଇମ୍ଫାଲ ଓ ଥୌବାଲ୍ ଜିଲ୍ଲାରୁ ଏକ ଏକେ-୫୬ ରାଇଫଲ୍, ୧୧ଟି ପିସ୍ତଲ ଓ ଗ୍ରେନେଡ୍ ଲଞ୍ଚର ସମେତ ଅନେକ ମାରଣାସ୍ତ୍ର ଜବତ କରାଯାଇଛି।

Strait Of Hormuz: ହର୍ମୁଜ୍ ପ୍ରଣାଳୀ ପାର ହେବ ଆଉ ଦୁଇଟି ଭାରତ ଅଭିମୁଖୀ ଏଲପିଜି ଟ୍ୟାଙ୍କର୍। ‘ପାଇନ୍‌ ଗ୍ୟାସ୍‌’ ଓ ‘ଜଗ ବସନ୍ତ’ ନାମକ ଏହି ଦୁଇଟି ଏଲ୍‌ପିଜି ଟ୍ୟାଙ୍କର ବର୍ତ୍ତମାନ ୟୁଏଇର ସାରଜାହ ନିକଟରେ ରହିଛି। ମାରିନ ଟ୍ରାଫିକର ଜାହାଜ-ଟ୍ରାକିଂ ତଥ୍ୟ ଦର୍ଶାଉଛି ଯେ, ଉଭୟ ଜାହାଜ ଯାତ୍ରା ପାଇଁ ପ୍ରସ୍ତୁତ ହେଉଛନ୍ତିି । ଏହା ଶନିବାର ଯାତ୍ରା ଆରମ୍ଭ କରିପାରେ ବୋଲି ବାଣିଜ୍ୟ ସୂତ୍ରରୁ ଜଣାପଡ଼ିଛି, କିନ୍ତୁ ସରକାରୀ ସୂଚନା ମିଳିପାରିନାହିଁ ।

Related Articles