1.PM Modi LokSabha: ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଭିଭାଷଣ ରଖିଛନ୍ତି । ପଶ୍ଚିମ ଏସିଆ ପ୍ରସଙ୍ଗରେ ଅଭିଭାଷଣ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମ ଏସିଆ ସ୍ଥିତି ଚିନ୍ତାଜନକ। ଯୁଦ୍ଧ ଦ୍ବାରା ପ୍ରଭାବିତ ଦେଶମାନଙ୍କ ସହ ଭାରତର ବ୍ୟବସାୟ ଜଡ଼ିତ ରହିଛି। ପ୍ରଭାବିତ ଦେଶମାନଙ୍କରେ ପ୍ରାୟ ୧ କୋଟି ଭାରତୀୟ ରହୁଛନ୍ତି। ଅନେକ ଭାରତୀୟ ନାବିକ ଗଭୀର ସମୁଦ୍ର ଭିତରେ ଫସି ରହିଛନ୍ତି। ଯୁଦ୍ଧ ଆରମ୍ଭ ପରଠାରୁ ସେଠାରେ ରହୁଥିବା ଭାରତୀୟଙ୍କୁ ଆମେ ସହାୟତା କରୁଛୁ। ୨୪ ଘଣ୍ଟିଆ ହେଲ୍ପ ଲାଇନ ବ୍ୟବସ୍ଥା ଜାରି ରହିଛି।
2.USA-Iran Conflict War: ଯୁଦ୍ଧ ପରଠାରୁ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଆସିବା କଷ୍ଟକର ହୋଇଛି। ଏଥିପାଇଁ ଘରୋଇ LPGକୁ ସରକାର ଗୁରୁତ୍ବ ଦେଇ ଆସିଛନ୍ତି। ପେଟ୍ରୋଲ, ଡିଜେଲ୍ ଯୋଗାଣ ସ୍ବାଭାବିକ ରହିଛି । ଭାରତ ଆଜିକା ଦିନରେ ୪୧ଟି ଦେଶରୁ ଏନର୍ଜି ଆମଦାନୀ କରୁଛି। ଭାରତ ସରକାର ଗଲ୍ଫ ସାମୁଦ୍ରିକ ଅଞ୍ଚଳ ଉପରେ ଧ୍ୟାନ ରଖିଛନ୍ତି।
3.USA-Iran Conflict Update: ଆଜି ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ସଂଘର୍ଷର ୨୩ତମ ଦିନ। ଏହି ସଂଘର୍ଷ ଏବେ ସମଗ୍ର ବିଶ୍ୱ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି। ଏହି ସମୟରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଅଭିଭାଷଣରେ କହିଥିଲେ ଯେ, “ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଭାରତ ଉପରେ ଏହାର ପ୍ରଭାବ ବିଷୟରେ କହିବା ପାଇଁ ମୁଁ ଏହି ଗୃହକୁ ଆସିଛି। ସେଠାକାର ପରିସ୍ଥିତି ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି। ଶ୍ରୀ ଜୟଶଙ୍କର ପୂର୍ବରୁ ଗୃହକୁ ଆବଶ୍ୟକୀୟ ସୂଚନା ପ୍ରଦାନ କରିସାରିଛନ୍ତି। ଏହି ସଙ୍କଟ ବର୍ତ୍ତମାନ ତିନି ସପ୍ତାହରୁ ଅଧିକ ସମୟ ଧରି ଜାରି ରହିଛି। ଏହା ଲୋକଙ୍କ ଜୀବନ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ସମଗ୍ର ବିଶ୍ୱ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ଏହି ପରିସ୍ଥିତିର ଶୀଘ୍ର ସମାଧାନ ପାଇଁ କାମ କରିବାକୁ ଅନୁରୋଧ କରୁଛି।
4.CM Mohan Majhi: ରାଜଧାନୀରେ ହତ୍ୟା ମାମଲା କମୁଛି, ହେଲେ କଟକରେ ବଢ଼ି ଚାଲିଛି । ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୨୪ରେ କଟକରେ ୨୧ଟି ହତ୍ୟା ମାମଲା ପଞ୍ଜିକୃତ ହୋଇଥିଲା ଏବଂ ୨୦୨୫ରେ ଏହି ସଂଖ୍ୟା ବଢ଼ି ୨୪ରେ ପହଁଚିଲା। ଭୁବନେଶ୍ୱରରେ ହତ୍ୟା ଅଧିକ ଥିଲେ ବି ୨୦୨୪ ତୁଳନାରେ ୨୦୨୫ରେ କମ୍ ରହିଛି । ୨୦୨୪ରେ ଭୁବନେଶ୍ୱରରେ ୪୩ଟି ହତ୍ୟା ମାମଲା ପଞ୍ଜିକରଣ ହୋଇଥିଲା ଯାହା ୨୦୨୫ ମସିହାରେ କମି ୩୩ରେ ରହିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ରାଜ୍ୟରେ ଶିଶୁ ନିଖୋଜ ମାମଲା ବଢ଼ିବାରେ ଲାଗିଛି ବୋଲି ଗୃହରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି। ୨୦୨୪ରେ ୬୮୩୮ ଶିଶୁ ନିଖୋଜ ଏବଂ ୫୯୪୨ ଉଦ୍ଧାର ହୋଇଥିଲେ। ୨୦୨୫ରେ ନିଖୋଜ ସଂଖ୍ୟା ବଢ଼ି ୮୨୦୬ରେ ପହଞ୍ଚିଲା । କେବଳ ୬୦୩୬ ଜଣ ଉଦ୍ଧାର ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି
5.Raid in Jail: ସମ୍ବଲପୁର ମଣ୍ଡଳ କାରାଗାରରେ ପୋଲିସ ଓ ଜିଲ୍ଲା ପ୍ରଶାସନ ତରଫରୁ ଅତର୍କିତ ଚଢ଼ାଉ। ପୋଲିସ ଓ ଜିଲ୍ଲା ପ୍ରଶାସନ ତରଫରୁ ରୁଟିନ ଚେକ-ଅପ କହୁଥିବା ବେଳେ ସୋମବାର ଭୋର ସାଢେ ପାଞ୍ଚ ଟା ସମୟରେ ଉପଜିଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ତିତିରେ ଏକ ଅତର୍କିତ ଚଢ଼ାଉ କରାଯାଇଛି। ସକାଳ ପ୍ରାୟ ୫ଟା ୪୫ ମିନିଟ ସମୟରେ ସମ୍ବଲପୁର ଉପ ଜିଲ୍ଲାପାଳ ଓ ଦୁଇ ଜଣ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ପୋଲିସ ଦଳ ଜେଲ ପରିସର ମଧ୍ୟକୁ ପ୍ରବେଶ କରି ପ୍ରତିଟି କୋଠରୀ ଏବଂ ପରିବେଶକୁ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରିଥିଲେ।
6.Karanjia murder Case: ଏକ ତରଫା ପ୍ରେମକୁ ନେଇ ନାବାଳିକାଙ୍କୁ ହତ୍ୟା। ନିଖୋଜ ନାବାଳିକା ଛାତ୍ରୀଙ୍କ ମୃତଦେହ ଗତକାଲି ଉଦ୍ଧାର ହେବା ପରେ ପୂରା ଘଟଣାର ପର୍ଦ୍ଦାଫାଶ କରିଛି କରଞ୍ଜିଆ ପୋଲିସ। ଆଜି ଘଟଣା ସ୍ଥଳରେ ପହଞ୍ଚି କ୍ରାଇମ୍ ସିନ୍ ରିକ୍ରିଏସନ କରିଛି ପୋଲିସ।
7.Bhubaneswar News:ଭୁବନେଶ୍ୱର: ଓଡ଼ିଶା ସରକାର ୨୦୨୬-୨୭ ବର୍ଷର ବଜେଟରେ ରାଜ୍ୟର ସଡ଼କ ଭିତ୍ତିଭୂମିକୁ ଆଧୁନିକୀକରଣ କରିବା ପାଇଁ ଏକ ମହତ୍ୱାକାଂକ୍ଷୀ ଯୋଜନା ଆପଣାଇଛନ୍ତି। ପିଡବ୍ଲ୍ୟୁଡି ବିଭାଗ ପାଇଁ ମୋଟ ₹୧୩,୪୫୧ କୋଟିର ବ୍ୟବସ୍ଥା କରାଯାଇଛି। ଓଡ଼ିଶା ସରକାର ଏକ ମହତ୍ୱାକାଂକ୍ଷୀ ଭିତ୍ତିଭୂମି ଅଭିଯାନ ଆରମ୍ଭ କରିଛନ୍ତି, ଭୁବନେଶ୍ୱରରେ ଲଗାତାର ଟ୍ରାଫିକ ଭିଡ଼ ଦୂର କରିବା ପାଇଁ ୩୭ଟି ନୂତନ ରାସ୍ତା ନିର୍ମାଣ କରିବାକୁ ପ୍ରତିଶ୍ରୁତିବଦ୍ଧ। ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ୨୦ ମାର୍ଚ୍ଚ, ୨୦୨୬ରେ ବିଧାନସଭାରେ ଖର୍ଚ୍ଚ ଦାବି ଉପସ୍ଥାପନ କରି କହିଥିଲେ ଯେ ସରକାରଙ୍କ ଲକ୍ଷ୍ୟ ହେଉଛି ଏକ ଗର୍ତ୍ତମୁକ୍ତ, ସୁଗମ ଏବଂ ବିଶ୍ୱସ୍ତରୀୟ ରାସ୍ତା ନେଟୱାର୍କ ସୃଷ୍ଟି କରିବା, ଯାହା ଏକ ବିକଶିତ ରାଜ୍ୟ ହେବା ଦିଗରେ ଓଡ଼ିଶାର ଅଗ୍ରଗତିକୁ ସୁଦୃଢ଼ କରିବ।
8.Raghav Chadha: ଯୁବ ପିଢ଼ୀଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ସାଂସଦ ରାଘବ ଚଢା। ଆପ ସାଂସଦ ରାଘବ ଚଢା ବର୍ତ୍ତମାନ ଭାରତୀୟ ରାଜନୀତିରେ ଚର୍ଚ୍ଚାରେ ଅଛନ୍ତି।ସୋସିଆଲ ମିଡିଆରେ ରାଘବ ଚଢା ବିଜେପିରେ ଯୋଗଦେବାକୁ ଯାଉଥିବା ନେଇ କଳ୍ପନାଜଳ୍ପନା ଏବେ ଜୋର ଧରିଛି। ଏବେ, ଆପ ନେତା ସଞ୍ଜୟ ସିଂହ ଏହି ପ୍ରସଙ୍ଗରେ ଏକ ବୟାନ ଜାରି କରିଛନ୍ତି। ଦେଖାଯାଉଛି ଯେ ଯୁବ ନେତା ରାଘବ ଚଢା କିଛି ଦିନ ଧରି ଆମ ଆଦମୀ ପାର୍ଟିର ବୈଠକରେ ଅନୁପସ୍ଥିତ ରହି ଆସୁଛନ୍ତି। ଆପ ସୁପ୍ରିମୋ ଅରବିନ୍ଦ କେଜରିୱାଲ ଏବଂ ମନୀଷ ସିସୋଦିଆ ମଦ ଦୁର୍ନୀତିରେ ଦୋଷମୁକ୍ତ ହୋଇଥିଲେ। ଏ ନେଇ ରାଘବ ଚଢା ଏହି ବିଷୟରେ କୌଣସି ମନ୍ତବ୍ୟ ଦେଇ ନଥିଲେ।
9.Odisha Weather Updates: ଭୁବନେଶ୍ୱର: ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୨୮ ତାରିଖ ପର୍ଯ୍ୟନ୍ତ ଉତ୍ତର ଠାରୁ ଦକ୍ଷିଣ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖି ସହିତ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତା ୨୮ ତାରିଖ ଯାଏ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ। ୨୩ ତାରିଖରେ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି।
10.Plane Crash: ଆମେରିକାର ନ୍ୟୁୟର୍କ ସ୍ଥିତ ଲା-ଗାର୍ଡିଆ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି, ଯେଉଁଠାରେ ଏକ ଏୟାର କାନାଡା ଏକ୍ସପ୍ରେସ ବିମାନ ରନୱେରେ ଏକ ଟ୍ରକ ସହିତ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୦୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦୁର୍ଘଟଣାରେ ପାଇଲଟ୍ ଏବଂ କୋ-ପାଇଲଟ୍ ମୃତ୍ୟୁବରଣ କରିଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଧକ୍କାର କିଛି ମୁହୂର୍ତ୍ତ ପୂର୍ବରୁ ପାଇଲଟ୍ ଏବଂ କୋ-ପାଇଲଟ୍ ଉଭୟଙ୍କୁ ଅଟକିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ସତ୍ତ୍ୱେ, ଦୁର୍ଘଟଣାକୁ ଏଡ଼ାଯାଇ ପାରିନଥିଲା।
