ରେକର୍ଡ ଭାଙ୍ଗିଲା “ଧୁରନ୍ଧର”-୨

ମୁମ୍ବାଇ/ଭୁବନେଶ୍ୱର: ବକ୍ସ ଅଫିସରେ ଧମାଲ୍ ସୃଷ୍ଟି କରିଛି ରଣବୀର ସିଂ ଅଭିନିତ ଆକ୍ସନ୍ ସ୍ପାଏ ଥ୍ରିଲର “ଧୁରନ୍ଧର-୨: ଦି ରିଭେଞ୍ଜ୍”। ରିଲିଜ୍ ପରେ କେବଳ ଦୁଇ ଦିନ ମଧ୍ୟରେ ଫିଲ୍ମଟି ସବୁ ରେକର୍ଡ ଭାଙ୍ଗି ନୂତନ ଇତିହାସ ଲେଖିଛି। ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଏହି ଫିଲ୍ମ ମାର୍ଚ୍ଚ ୧୯ରେ ରିଲିଜ୍ ହୋଇଥିବା ବେଳେ, ପୂର୍ବଦିନ ଅର୍ଥାତ୍ ମାର୍ଚ୍ଚ ୧୮ରେ ହୋଇଥିବା ପେଡ୍ ପ୍ରିଭ୍ୟୁ ଶୋରୁ ହିଁ ବଡ଼ ରେକର୍ଡ ସୃଷ୍ଟି କରିଦେଇଥିଲା। ଭାରତରେ ୧୨,୨୯୨ଟି ଶୋରେ ଫିଲ୍ମଟି ପ୍ରିଭ୍ୟୁ ଦିନରେ ୫୨ କୋଟି ୭୧ ଲକ୍ଷ ଟଙ୍କାର ଗ୍ରସ୍ କଲେକ୍ସନ କରିଥିଲା, ଯେଉଁଥିରେ ନେଟ୍ କଲେକ୍ସନ ୪୪ କୋଟି ଟଙ୍କା ଥିଲା। ଏହା ଭାରତୀୟ ସିନେମା ଇତିହାସରେ ସବୁଠୁ ବଡ଼ ପ୍ରିମିୟର ରେକର୍ଡ ଭାବେ ଗଣାଯାଉଛି। Dhurandhar 2 box office prediction Day 1, weekend: You are still not ready  for this Rs 100 crore, Rs 500 crore opening - India Todayଏହି ଅଂକ ପୂର୍ବରୁ ଥିବା “ଧୁରନ୍ଧର”ର ୨୮ କୋଟି ଓପେନିଂ ରେକର୍ଡକୁ ମଧ୍ୟ ଭାଙ୍ଗିଦେଇଛି। ରିଲିଜ୍ ଦିନରେ ମଧ୍ୟ ଫିଲ୍ମଟି ଜବରଦସ୍ତ ପରିଣାମ ଦେଖାଇଥିଲା। ପ୍ରଥମ ଦିନରେ ଭାରତରେ ୯୬ କୋଟି ୭୮ ଲକ୍ଷରୁ ୧୦୨ କୋଟି ୫୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଟ୍ କଲେକ୍ସନ କରିଥିବା ସୂଚନା ମିଳିଛି। ପେଡ୍ ପ୍ରିଭ୍ୟୁ ଓ ପ୍ରଥମ ଦିନର ଆୟକୁ ମିଶାଇଲେ ଫିଲ୍ମଟିର ମୋଟ ନେଟ୍ କଲେକ୍ସନ ୧୪୫ କୋଟି ଟଙ୍କାରୁ ଅଧିକ ହୋଇଥିବା ବେଳେ, ଗ୍ରସ୍ କଲେକ୍ସନ ୧୭୨ କୋଟି ୬୩ ଲକ୍ଷ ଟଙ୍କାକୁ ପହଞ୍ଚିଛି। ସବୁଠାରୁ ଆଶ୍ଚର୍ୟଜନକ କଥା ହେଲା, ଫିଲ୍ମଟିର ୱାର୍ଲଡ୍ୱାଇଡ୍ ଗ୍ରସ୍ କଲେକ୍ସନ ୨୩୬ କୋଟି ଟଙ୍କା ପାର୍ କରିସାରିଛି। ଏହା ସହିତ ଶାହାରୁଖ ଖାନଙ୍କ “ଜବାନ”ର ରେକର୍ଡକୁ ମଧ୍ୟ ପଛକୁ ପକାଇଦେଇଛି “ଧୁରନ୍ଧର-୨”। ହିନ୍ଦୀ ଭର୍ସନରେ ଫିଲ୍ମଟି ଭାରି ଆୟ କରିଥିବା ବେଳେ, ଦକ୍ଷିଣ ଭାରତୀୟ ଭାଷାରେ ମଧ୍ୟ ଏହା ଦମଦାର ପ୍ରଦର୍ଶନ କରୁଛି। ସିନେମା ବିଶେଷଜ୍ଞମାନଙ୍କ ମତରେ, ଆସନ୍ତା କିଛି ଦିନ ମଧ୍ୟରେ “ଧୁରନ୍ଧର-୨” ଆଉ ଅନେକ ବଡ଼ ରେକର୍ଡ ଭାଙ୍ଗିପାରେ।

 

Related Articles